ପ୍ରତ୍ୟେକ ପୁସ୍ତକ କୁ କିଛି ଉଦ୍ଦେଶ୍ୟ ରଖି ଓ ପରିବର୍ତ୍ତନ ର ବାର୍ତ୍ତା ଦେଇ ଲେଖା ଯାଇଥାଏ | ପୁସ୍ତକ ଏକ ବନ୍ଧୁ ନାମକ ଚିହ୍ନ କୁ ବୁଝାଇ ଥାଏ | ଏହି ପୁସ୍ତକ ଟି ଇନ୍ଦ୍ରଜାଲ ବିଦ୍ୟା ରେ ଭରା କୌଣସି ରୋମାଞ୍ଚକାରୀ ପୁସ୍ତକ ନୁହେଁ ବରଂ ନିହାତି ସାଧାରଣ କବିତା ପୁସ୍ତକ ଟିଏ | ହେଲେ ଯଦି ଆପଣ ଏହି ବହି ଟିକୁ ଖୋଲା ହୃଦୟରେ ପଠନ କରୁଛନ୍ତି ତେବେ ଏଠାରେ ଥିବା ପ୍ରତ୍ୟେକ ଟି ଶବ୍ଦ ଆପଣଙ୍କ ହୃଦୟ କୁ ସ୍ପର୍ଶ କରିବ ବୋଲି ଆଶା କରା ଯାଉଛି |